ପ୍ରଚାରବେଳେ ହଟହଟା

ଖୋର୍ଦ୍ଧା: (୧୨/୦୪) ସ୍ୱତନ୍ତ୍ରବାର୍ତା ବ୍ୟୁରୋ ଖୋର୍ଦ୍ଧାରେ ପୁଣି ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ । ଗାଁରୁ କଲେ ତଡିପାର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ । ପ୍ରଚାରବେଳେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ । ରାଲି ବେଳେ ପ୍ରଶାନ୍ତଙ୍କ ସହ ଗ୍ରାମବାସୀଙ୍କ ହାତାହାତି ହେବା ପରେ ଉଗ୍ର ରୂପ ନେଇଥିଲା ଅସନ୍ତୋଷ । ପଚାରିଲେ ଅଞ୍ଚଳର ବିକାଶ ପାଇଁ ୫ ବର୍ଷ ଭିତରେ କରିଛ କଣ ? ତୀବ୍ର ବିରୋଧ ଯୋଗୁଁ ଅଧାରୁ ବନ୍ଦ କରି ପଳାଇଲେ ଅପରାଜିତା ଓ ପ୍ରଶାନ୍ତ । ଏପରିକି ଅପମାନିତ ହେବା ପରେ ଦୃଶ୍ୟ ଭାଇରାଲ ହେବା ଭୟରେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଗଲେ ପ୍ରଶାନ୍ତ ଜଗଦ୍ଦେବ । ୨୦୨୨ ମସିହାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା । ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ବିଜେପି ନେତା ଓ କର୍ମୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ । ଅନ୍ୟପଟେ ଖୋର୍ଦ୍ଧାରେ ବିଧାନସଭା ଆସନ ପ୍ରାର୍ôଥତ୍ୱ ହାସଲ ପାଇଁ ଗତ କିଛି ଦିନ ହେଲା ବିଜେପି ଦୁଇ ଫାଳ ହୋଇଯାଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାଂସଦ ପ୍ରାର୍ଥୀ ଅପରାଜିତା ପ୍ରମୋଟ କରୁଥିବାରୁ ଏହାର ତୀବ୍ର ବିରୋଧ କରି ବାରମ୍ବାର ଶକ୍ତି ପ୍ରଦର୍

ପ୍ରଚାରବେଳେ ହଟହଟା